‘‘ପୁଟିନ ଶୀଘ୍ର ମୃତ୍ୟୁବରଣ କରିବେ’’ କହିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି

ନୂଆଦିଲ୍ଲୀ: ଶୁବ୍ ଶିଘ୍ର ମରିଯିବେ ପୁଟିନ୍… ଏମିତି କହିଲେ ଋଷ ରାଷ୍ଟ୍ରପତି ଜେଲେସ୍କି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଜେଲେନସ୍କି ଏହି ବିବୃତ୍ତି ଦେଇଛନ୍ତି । ଏହା ସହିତ ଏହି ଭବିଷ୍ୟବାଣୀ ଏପରି ସମୟରେ କରାଯାଇଛି ଯେତେବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି ଏବଂ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଅନୁମାନ କରାଯାଉଛି । ଆମେରିକା ମଧ୍ୟସ୍ଥତାରେ ହୋଇଥିବା କଳାସାଗର ଅସ୍ତ୍ରବିରତି ପରେ ଶାନ୍ତି ପ୍ରୟାସ ଉପରେ ଆଲୋଚନା ପାଇଁ ଏକ ବୈଠକ ସମୟରେ ଜେଲେନସ୍କି ଏହି ଦାବି କରିଛନ୍ତି । ବୈଠକରେ ଉପସ୍ଥିତ ରହିଥିବା ଜେଲେନ୍ସକି ଏବଂ ମାକ୍ରନ୍ ଆମେରିକାକୁ ରୁଷ ବିରୋଧରେ କଠୋର ଆଭିମୁଖ୍ୟ ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ଜେଲେନସ୍କି ତାଙ୍କ ଦାବିକୁ ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣ ଉପସ୍ଥାପନ କରିନଥିଲେ ।ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମିନି ଷ୍ଟ୍ରୋକ୍ ରେ ପୀଡିତ ଥିଲେ ଦାବି କରାଯାଇଥିଲା । ଏହି ଦାବି ସହିତ ସୋସିଆଲ ମିଡିଆରେ କିଛି ଭିଡିଓ ମଧ୍ୟ ଦେଖାଯାଇଥିଲା ଯେଉଁଥିରେ ପୁଟିନ ଥରୁଥିବାର ଦେଖାଯାଇଥିଲା ଯାହା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ବିଷୟରେ ଆଲୋଚନା ଆରମ୍ଭ କରିଥିଲା । ଶାନ୍ତି ଆଲୋଚନା ଚାଲିଛି ତଥାପି ରୁଷିଆ ବିମାନ ଆକ୍ରମଣ ୟୁକ୍ରେନ ଉପରେ ଧ୍ୱଂସ ସୃଷ୍ଟି କରିଚାଲିଛି । ମାକ୍ରନ୍ କହିଛନ୍ତି ଯେ ପୁଟିନ୍ ପ୍ରତ୍ୟେକ ଥର ନିଜ ସୁବିଧା ଅନୁସାରେ ଯୁଦ୍ଧବିରତିର ପରିବର୍ତ୍ତନ କରନ୍ତି ।ସେ କହିଛନ୍ତି ରୁଷ ଶାନ୍ତି ବିଷୟରେ କଥାବାର୍ତ୍ତା କରେ କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଯେଉଁଥିରେ ସାଧାରଣ ନାଗରିକଙ୍କ ଲକ୍ଷ୍ୟ ମଧ୍ୟ ରହିଛି । ୟୁକ୍ରେନକୁ ଶାନ୍ତି ସର୍ତ୍ତାବଳୀ ନିର୍ଦ୍ଦେଶ ଦେବାର କୌଣସି ଅଧିକାର ରୁଷର ନାହିଁ । ଫ୍ରାନ୍ସ ଲଗାତାର ଭାବରେ ୟୁକ୍ରେନ ସହିତ ଛିଡା ହୋଇଥିବା ଦେଖାଯାଇଛି । ସମ୍ପ୍ରତି ଫ୍ରାନ୍ସ ୟୁକ୍ରେନକୁ ୨ବିଲିୟନ ଡଲାର (ପ୍ରାୟ ୧.୫୫ ବିଲିୟନ ପାଉଣ୍ଡ) ଅତିରିକ୍ତ ସାମରିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି ।