ବନକଲାଗି ନୀତି ଯୋଗୁଁ ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର: ଆଜି ମାଘ କୃଷ୍ଣ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ । ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ମ ୫ଟାରୁ ବନକଲାଗି ନାତି ଆରମ୍ଭ ହେବା ସହ ସର୍ବସାଧାରଣ ବନ୍ଦ ରହିବ । ଅପରାହ୍ଣ ୫ଟାରୁ ରାତି ୧୦ଟା ଯାଏଁ ବନକ ଲାଗି ନୀତି ଅନୁଷ୍ଠିତ ହେବ । ରାତି ୧୦ଟା ପରେ ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button