ପଛୁଆ ବର୍ଗପାଇଁ ସଂଖ୍ୟାନୁପାତିକ ସଂରକ୍ଷଣ ଜରୁରୀ: ଭକ୍ତ ଦାସ

ଭୁବନେଶ୍ୱର: ରାଜ୍ୟରେ ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବିଧାନସଭା ବାଚସ୍ପତି ମାନନୀୟା ଶ୍ରୀମତୀ ସୁରମା ପାଢ଼ୀଙ୍କୁ ବିଧାନସଭାରେ ତାଙ୍କ କକ୍ଷରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡ଼ିଶାର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତ ପଛୁଆବର୍ଗ (ଓବିସି ଓ ଏସ୍ଇବିସି ୫୪ ପ୍ରତିଶତ, ଅନୁସୂଚିତ ଜାତି ଓ ଜନଜାତି ୪୦ ପ୍ରତିଶତ) ଅଟନ୍ତି। ସମ୍ବିଧାନର ୧୬୪ (୧) ଧାରା ଅନୁଯାୟୀ ଓଡ଼ିଶାର ଉକ୍ତ ବର୍ଗଙ୍କୁ ବିଶେଷ ସଂରକ୍ଷଣ ସୁବିଧା ଦେବାପାଇଁ ବ୍ୟବସ୍ଥା ଥିବା ସତ୍ତ୍ବେ ଏହି ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଆସିଛନ୍ତି। ଏ ବିଷୟକୁ ଅତ୍ୟନ୍ତ ଗୁରୁତ୍ବର ସହ ବିଚାରକୁ ନେଇ ଓଡ଼ିଶା ବିଧାନସଭା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତ୍ବରିତ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଅନୁରୋଧ କରିଛନ୍ତି ।



