ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍‌, ଜଣେ ମୃତ ୧୦ ରୁ ଅଧିକ ଆହତ

ଭୁବନେଶ୍ବର: ସମ୍ବଲପୁର- କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାତିରେ ଏକ ଘରୋଇ ବସ୍ ଟ୍ରଲର କୁ ଧକ୍କା ଦେଇଛି। ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ବସରେ ବସିଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ସମ୍ବଲପୁର ଯାଉଥିବା ଘରୋଇ ବସ ଟି ରେଢ଼ାଖୋଲ ଥାନା ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ ଟ୍ରଲର ର ପଛରେ ଧକ୍କା ଦେଇ ଥିଲା। ଯା’ ଫଳରେ ବସର କଣ୍ଡକ୍ଟର ମୃତ୍ୟୁ ବରଣ କରି ଥିବା ବେଳେ ଦଶରୁ ଅଧିକ ଆହତ ହୋଇ ରେଢ଼ାଖୋଲ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button