‘ଭାରତ କୋ ଜାନିୟେ’ କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ‘ଭାରତ କୋ ଜାନିୟେ’ (Know India) କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଦେଶର ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବ। ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ପ୍ରବାସୀଙ୍କ ସହ ଆମର ସମ୍ପର୍କକୁ ଦୃଢ଼ କରୁଛୁ!

ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କୁ ଏବଂ ଅନ୍ୟାନ୍ୟ ଦେଶରେ ଥିବା ବନ୍ଧୁମାନଙ୍କୁ ଏଥିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରୁଛି #BharatKoJaniye Quiz! bkjquiz.com ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରୁଛି। ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ। ବିଜେତାମାନେ ଇନକ୍ରେଡିବଲଇଣ୍ଡିଆ#IncredibleIndia.ର ବିସ୍ମୟକର ଅଭିଜ୍ଞତା ଆହରଣ କରିବାକୁ ସୁଯୋଗ ପାଇବେ।”

Related Articles

Leave a Reply

Your email address will not be published. Required fields are marked *

Back to top button