ପାଲି ସାଂସଦ ଖେଳ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଭାସୀ ମାଧ୍ୟମରେ ପାଲି ସାଂସଦ ଖେଳ ମହାକୁମ୍ଭ କୁ ସମ୍ବୋଧିତ କରିଛନ୍ତି । ଉଲ୍ଲେଖନୀୟ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ ନିମନ୍ତେ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଖେଳରେ କେବେ ମଧ୍ୟ କୌଣସି ପରାଜୟ ନ ଥାଏ,  ଆପଣମାନେ ବିଜୟୀ ହେବେ, ନ ହେଲେ କିଛି ଶିଖିବେ । ସେଥିପାଇଁ ମୁଁ କେବଳ କ୍ରୀଡାବିତ୍ ନୁହେଁ, ସେମାନଙ୍କ ପ୍ରଶିକ୍ଷକ ଓ ଏଠାରେ ଉପସ୍ଥିତ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି ।” କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶ ଓ ଯୁବାଗୋଷ୍ଠୀର ବିକାଶରେ କ୍ରୀଡାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ “ସାଂସଦ ଖେଳ ମହାକୁମ୍ଭରେ ଦେଖାଦେଇଥିବା ଉତ୍ସାହ ଓ ଆତ୍ମବିଶ୍ୱାସ ଆଜି ପ୍ରତ୍ୟେକ ଯୁବକ ଯୁବତୀ ଓ ଖେଳାଳୀମାନଙ୍କ ପରିଚୟ ପାଲଟିଛି  । ସରକାରଙ୍କ କ୍ରୀଡା ପ୍ରତି ଉତ୍ସାହ ପ୍ରତ୍ୟେକ ଖେଳାଳୀର ଉତ୍ସାହକୁ ପଡିଆରେ ଶକ୍ତିଶାଳୀ କରିଥାଏ । ବର୍ତ୍ତମାନ ସରକାରଙ୍କ ଏପରି କାର୍ଯ୍ୟକ୍ରମ ସଂଗଠିତ କରିବା ଯୋଗୁଁ ସାଂସଦ ଖେଳ ମହାକୁମ୍ଭ ରାଜ୍ୟ ଓ ବିଭିନ୍ନ ଜିଲ୍ଲାର ଲକ୍ଷ ଲକ୍ଷ କ୍ରୀଡାବିତ୍‌ଙ୍କୁ ଏକ ମଂଚ ପ୍ରଦାନ କରିଛି । ଏହା ନୂତନ ଓ ସୃଷ୍ଟି ହେଉଥିବା ନୂତନ ପ୍ରତିଭାଙ୍କ ନିମନ୍ତେ ଏକ ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ମୁଖ୍ୟତଃ ମହିଳା କ୍ରୀଡାବିତ୍ ପାଇଁ ଉତ୍ସର୍ଗୀକୃତ ସଂଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ ସାଂସଦ ଖେଳ ମହାକୁମ୍ଭରେ ପାଲିର ୧୧୦୦ ପିଲାଙ୍କ ସହ ଅଂଶଗ୍ରହଣ କରୁଥିବା ଦୁଇ ଲକ୍ଷ ପ୍ରତିଯୋଗୀଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଜରିଆରେ କ୍ରୀଡାବିତ୍ ମାନେ ପାଉଥିବା ସୁଯୋଗକୁ ସେ ସ୍ୱୀକାର କରିଥିଲେ । ପାଲିର ସାଂସଦ ସଦସ୍ୟ ଶ୍ରୀ ପି.ପି. ଚୌଧୁରୀଙ୍କ ପ୍ରଶଂସନୀୟ ଉଦ୍ୟମ ପାଇଁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜସ୍ଥାନ ଓ ସର୍ବୋପରି ଦେଶର ଯୁବାଗୋଷ୍ଠୀର କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱା୍ରଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ରାଜସ୍ଥାନର ସାହସୀ ଯୁବାଗୋଷ୍ଠୀ ସଶସ୍ତ୍ର ସେନା ଓ କ୍ରୀଡ। କ୍ଷେତ୍ରରେ ଦେଶକୁ ଗୌରବ ଆଣି ଦେଇଛନ୍ତି । ମୁଁ ନିଶ୍ଚିତ ଯେ ତୁମେ କ୍ରୀଡାବିତ୍‌ଗଣ ଏହି ଉଦ୍ୟମକୁ ଅବ୍ୟାହତ ରଖିବ ।” ଖେଳର ଅବସ୍ଥାନ୍ତର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ କ୍ରୀଡାର ମଧୁତରା କେବଳ ବିଜୟରେ ନିହିତ ନାହିଁ । ଏହା ମଧ୍ୟ ନିରବଚ୍ଛିନ୍ନ ବ୍ୟକ୍ତିଗତ ବିକାଶକୁ ତ୍ୱରାନ୍ୱିତ କରିଥାଏ । କ୍ରୀଡା ଉତ୍କର୍ଷର କୌଣସି ସୀମା ନାହିଁ , ଆମକୁ ସମସ୍ତ ଶକ୍ତି ଖଟାଇ ଏହାକୁ ଅବ୍ୟାହତ ରଖିବାକୁ ହେବ ।” ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ କ୍ରୀଡାର ସବୁଠାରୁ ବଡ ଶକ୍ତି ହେଲା ଏହା ଯୁବଗୋଷ୍ଠୀକୁ ଅନେକ ବଦଭ୍ୟାସରୁ ଦୂରେଇ ଥାଏ । କ୍ରୀଡା ନମନୀୟତା ଗୁଣ ଆଣିବା ସହ ଏକାଗ୍ରତା ବୃଦ୍ଧି କରେ ଓ ଆମକୁ ଧ୍ୟାନର କେନ୍ଦ୍ରବିନ୍ଦୁ କରି ଗଢି ତୋଳିଥାଏ । ସେ ଦୃଷ୍ଟିରୁ ଖେଳ ବ୍ୟକ୍ତିଗତ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯୁବାକଲ୍ୟାଣ ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦୀ କହିଥିଲେ ଯେ “ ସେ କେଗଦ୍ର ହେଉ ବା ରାଜ୍ୟ ବର୍ତ୍ତମାନର ସରକାର ଯୁବାଗୋଷ୍ଠୀର କ୍ରୀଡା ରୁଚିକୁ ପ୍ରାଧାନ୍ୟ ଦେଉଛନ୍ତି । କ୍ରୀଡାବିତ୍‌ଙ୍କୁ ଅଧିକ ସୁଯୋଗ ଦେବା, ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ତ୍ତ୍ୱଓ ସମ୍ବଳ ବରାଦ କରି ସରକାର ଅନେକ ଉପାୟରେ ଭାରତୀୟ ଖେଳାଳୀମାନଙ୍କୁ ସମର୍ଥନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button