ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ,

ନୂଆଦିଲ୍ଲୀ: ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଏବଂ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ । ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ତେବେ ୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ଆଜି ଲିବରାଲ ପାର୍ଟିର ବୈଠକ ରହିଛି । ତା ପୂର୍ବରୁ ଟ୍ରୁଡୋଙ୍କ ଇସ୍ତଫା ଦଳକୁ ଦୁର୍ବଳ କରିବ ବୋଲି ଚର୍ଚ୍ଚା ହେଉଛି । ଟ୍ରୁଡ଼ୋ କହିଛନ୍ତି, ଜଣେ ନୂଆ ଲିବରାଲ୍ ପାର୍ଟି ନେତା ମନୋନୀତ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିବେ । ୨୦୧୩ ମସିହାରୁ ଲିବରାଲ ପାର୍ଟିର ଦାୟିତ୍ୱ ସମ୍ଭାଳୁଛନ୍ତି ଜଷ୍ଟିନ ଟ୍ରୁଡୋ । ସେ ସମୟରେ ଦଳ ଦୁର୍ବଳ ସ୍ଥିତିରେ ଥିଲା। ଟ୍ରୁଡୋଙ୍କ ନେତୃତ୍ୱରେ ଦଳ ୨୦୧୫ରେ କ୍ଷମତାକୁ ଆସିଥିଲା । ୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ଥିଲେ ଜଷ୍ଟିନ ଟ୍ରୁଡୋ । ଆଗକୁ ଅକ୍ଟୋବର ମାସରେ ନିର୍ବାଚନ ରହିଛି । ନିର୍ବାଚନ ପୂର୍ବରୁ ହେଉଥିବା ବିଭିନ୍ନ ପୋଲରେ ବିରୋଧୀ କନଜର୍ଭେଟି ପାର୍ଟିଠାରୁ ଶାସକ ଲିବରାଲ ପାର୍ଟି ହାରିବ ବୋଲି ଅନୁମାନ କରାଯାଉଛି। ତେଣୁ ଲିବରାଲ ପାର୍ଟି ଭିତରୁ ଟ୍ରୁଡୋଙ୍କ ଇସ୍ତଫା ଦାବି ଉଠୁଛି । ଡିସେମ୍ବର ୧୬ ତାରିଖରେ, ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିବା ସହ ଇସ୍ତଫା ଦେଇଥିଲେ ଅର୍ଥମନ୍ତ୍ରୀ ଥିଲା କ୍ରିଷ୍ଟିଆ ଫ୍ରିଲାଣ୍ଡ । ଏହାପର ଠାରୁ ଟ୍ରୁଡୋଙ୍କ ଇସ୍ତଫା ଦାବି ଜୋର ଧରିଥିଲା । ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଟ୍ରୁଡୋଙ୍କ ଉପରେ ଚାପ ବଢ଼ି ଚାଲିଛି । ଟ୍ରମ୍ପ୍ ତାଙ୍କୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି । ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳରେ କାନାଡ଼ାର ସଂପର୍କ ଭାରତ ସମେତ ଅନେକ ଦେଶମାନଙ୍କ ସହ ଖରାପ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button