ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀଠାରେ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ସେରିଂ ତୋଗବେଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ଏବେ ସରକାରୀ ଗସ୍ତରେ ଭାରତ ଆସିଛନ୍ତି। ୨୦୨୪ ମସିହା ଫେବୃଆରୀ ମାସରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲାପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରର କାର୍ଯ୍ୟପ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହିସବୁ କ୍ଷେତ୍ର ମଧ୍ୟରେ ଭିତ୍ତିଭୂମି ବିକାଶ, ସଂଯୋଗୀକରଣ , ଶକ୍ତି, ଜଳଶକ୍ତି କ୍ଷେତ୍ରରେ ସହଯୋଗ, ଜନଜନ ସଂପର୍କ ଓ ଭାବ ଆଦାନ ପ୍ରଦାନ ଏବଂ ବିକାଶମୂଳକ ସହଯୋଗ ଆଦି ସାମିଲ। ଭାରତ-ଭୁଟାନ ବନ୍ଧୁତାର ବିଶେଷ ଓ ସ୍ୱତନ୍ତ୍ର ସଂପର୍କକୁ ଆହୁରି ସୁଦୃଢ କରିବା ନିମନ୍ତେ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଭୁଟାନର ବିକାଶ କାର୍ଯ୍ୟକ୍ରମରେ ଭାରତର ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଏବଂ ମୂଲ୍ୟବାନ ସହଭାଗିତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଭୁଟାନ ନରେଶଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ସପ୍ତାହରେ ଭୁଟାନ ଗସ୍ତରେ ଯିବାପାଇଁ ଆମନ୍ତ୍ରଣ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button