ଓନାମ ଉତ୍ସବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓନାମ୍ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓନାମ ପର୍ବକୁ ନେଇ ସେ କହିଛନ୍ତି ଯେ, “ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ”। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି; “ସମସ୍ତଙ୍କୁ ଓନାମ୍ ପାଇଁ ବହୁତ ଶୁଭକାମନା! ଏହି ସୁନ୍ଦର ପର୍ବ ସମସ୍ତଙ୍କ ପାଇଁ ନୂତନ ଆନନ୍ଦ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଚୁର ସମୃଦ୍ଧି ଆଣିଦେଉ। ଓନାମ୍ କେରଳର କାଳଜୟୀ ଐତିହ୍ୟ ଏବଂ ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ। ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ।”

Related Articles

Leave a Reply

Your email address will not be published. Required fields are marked *

Back to top button