ଜାହାଜରେ ବସି ରାଷ୍ଟ୍ରପତିଙ୍କ ଜଳଯାତ୍ରା

ଭୁବନେଶ୍ୱର: ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଜାହାଜରେ ବସି ଜଳଯାତ୍ରା କରିଛନ୍ତି ମହାମହିମ । କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ସେପଟେ ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ । ସାଧାରଣ ଜନତା ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନ୍ନ ଭୋଜନ କରିବାର କାର୍ୟ୍ୟକ୍ରମ ରହିଛି । ଏହାସହ ମତ୍ସ୍ୟଜୀବୀଙ୍କୁ ଭେଟି ଆଲୋଚନା କରିବେ ରାଷ୍ଟ୍ରପତି । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାର୍ୟ୍ୟସୂଚୀ ରହିଛି ।

Related Articles

Leave a Reply

Your email address will not be published.

Back to top button