ଓଡିଶା ଆସିବେ ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର: ଆଉ ଦିନକ ପରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାରେ ରଖିବେ ଅଭିଭାଷଣ। ସେଥିପାଇଁ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ବରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ୨୦୦ ଅଫିସରଙ୍କୁ ଏହି ସୁରକ୍ଷା ଦାୟିତ୍ବରେ ମୁତୟନ କରାଯାଇଛି। ରାଷ୍ଟ୍ରପତି ୨୭ ତାରିଖରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଅପରାହ୍ନ ୨ ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ ୪ ଟା ୨୦ ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ ୪ ଟା ୩୦ ରୁ ୫ ଟା ୩୦ ପର‌୍ୟ୍ୟନ୍ତ ନିଜର ଅଭିଭାଷଣ ରଖିବେ। ଏହାପରେ ରାଜଭବନରେ ରାଜ୍ୟପାଳ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର‌୍ୟ୍ୟକ୍ରମ ରହିଛି। ଏହାପରଦିନ ରାଷ୍ଟ୍ରପତି ୯ ଟା ୧୫ ମିନଟରେ ରାଜଭବନରୁ ବିମାନ ବନ୍ଦର ଯିବେ। ସେଠାରୁ ସେ ଲକ୍ଷ୍ନୌ ଯିବାର କାର‌୍ୟ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button