ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହେଲେ ଋଷର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ନେତା ବେଗନର ବିଦ୍ରୋହ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରାଏଟର୍ସ ଏହି ସୂଚନା ଦେଇଛି। ରାଏଟର୍ସ ଋଷର ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉଦ୍ଧେଶ୍ୟରେ କହିଛି ଯେ, ଦ୍ୱିପାକ୍ଷିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ସମସାମୟିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଉଭୟ ନେତା ଋଷ ଏବଂ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ମିଳିତ ପ୍ରକଳ୍ପର ନିରନ୍ତର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button