ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀରେ ପହଞ୍ଚି ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି।ପ୍ରଥମେ ସେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ମନ୍ଦିର ପ୍ରବେଶ କରିଥିଲେ। ସେ ସିଂହଦ୍ବାରରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ଅରୁଣ ସ୍ତମ୍ଭ ନିକଟରେ ସାଧାରଣ ଭକ୍ତଙ୍କ ପରି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତି ପ୍ରାୟ 45 ମିନିଟ ଧରି ପରିକ୍ରମା ସହତି ପୂଜା ଅର୍ଚ୍ଚନା କରିଥିଲେ। ରାଷ୍ଟ୍ରପତିଙ୍କ ନାମରେ ଏକ ବାନା ବନ୍ଧାଯାଇଥିଲା। ଏହାପରେ ରାଷ୍ଟ୍ରପତି ମା ଲକ୍ଷ୍ମୀ ଓ ମା ବିମଳାଙ୍କ ନିକଟରେ ପୂଜା କରିଥିଲେ। ସେଠାରେ ସେ କିଛି ସମୟ ପାଇଁ ବସିଥିବାର ଦେଖାଯଇାଥିଲା। ପଂରପରା ଅନୁସାରେ ମା ଲକ୍ଷ୍ମୀଙ୍କୁ ଦର୍ଶନ କରିବା ପରେ ତାଙ୍କ ବେଢାରେ କିଛି ସମୟ ପାଇଁ ବସିଥିବାର ବିଧି ରହିଛି। ଏହାପରେ ରାଷ୍ଟ୍ରପତି ମନ୍ଦିର ବେଢା ପରିକ୍ରମା କରିଥିଲେ। ଫେରିବା ବାଟରେ ରାଷ୍ଟ୍ରପତି ବିଧି ଅନୁସାରେ ବାଇଶି ପାହାଚରେ କିଛି ସମୟ ପାଇଁ ମଧ୍ୟ ବସିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହିତ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ବାଇଶି ପାହଚରେ ବସିଥିବାରେ ଦେଖିବାକୁ ମିଳିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button