ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା ଫେବୃୟାରୀ 2 ତାରିଖରେ ଭୁବନେଶ୍ବର ଆସିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ସେ ଦୁଇ ତାରିଖ ଅପରହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀ ଯାପନ କରିବେ। ଏହାପରେ ସେ 3 ତାରିଖରେ ସକାଳେ ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ବାଲେଶ୍ବର ଯିବେ। ଏହାପରେ ସେ 4 ତାରିଖରେ ଯାଜପୁର ମା ବିରଜା ମନ୍ଦିର ପରିଦର୍ଶନ କରି ମାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି 5 ଓ 6 ତାରିଖରେ ରାଷ୍ଟ୍ରପତି ମୟୁରଭଂଜର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି।



