ଜେଡିଏସରୁ ନିଲମ୍ବିତ ହେଲେ ପ୍ରଜ୍ଵଲ ରେଭନ୍ନା

ନୂଆଦିଲ୍ଲୀ: ମହିଳାମାନଙ୍କର ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଉପରେ ଯୌନ ଉତ୍ପୀଡ଼ନ ପାଇଁ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଵଲ ରେଭନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଚଡି ଦେବ ଗୌଡାଙ୍କ ଜେଡିଏସ ପ୍ରଜ୍ଵଲ ରେଭନ୍ନାଙ୍କୁ ନିଲମ୍ବିତ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ଦଳର ମୂଳ କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଆମେ ପ୍ରଜ୍ଵଲ ରେଭନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଏ ବିଷୟରେ ରେଭନ୍ନାଙ୍କୁ ସୁରକ୍ଷା ଦେବୁ ନାହିଁ। ଏହା ଏକ ଲଜ୍ଜାଜନକ ବିଷୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟ କହିଛନ୍ତି ଯେ, ଏଭଳି ମାମଲାକୁ ବରଦାସ୍ତ କରାଯାଇପାରିବ ନାହିଁ। ସେ କହିଛନ୍ତି ଯେ, ବିଜେପିର ଆଭିମୁଖ୍ୟ ହେଉଛି ଆମେ ମାତୃ ଶକ୍ତି ସହିତ ଛିଡା ହେବା। ମାତୃ ଶକ୍ତିର ଅପମାନକୁ କୌଣସି ସ୍ଥାନରେ ବରଦାସ୍ତ କରାଯିବ ନାହିଁ। କଂଗ୍ରେସ ଟାର୍ଗେଟ କରୁଛି, କିନ୍ତୁ ମୋର ପ୍ରଶ୍ନ ହେଉଛି ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ? ରାଜ୍ୟରେ କଂଗ୍ରେସ ସରକାର ଅଛି। ଆଇନ ହେଉଛି ଏକ ରାଜ୍ୟ ସରକାରଙ୍କ ବିଷୟ। ପ୍ରିୟଙ୍କା ଗାନ୍ଧୀ ଆମକୁ ପ୍ରଶ୍ନ କରୁଛନ୍ତି, କିନ୍ତୁ ଆପଣ ଆପଣଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରନ୍ତୁ। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏ ବାବଦରେ କାହିଁକି ଚୁପ୍ ଅଛନ୍ତି? ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆଜି କର୍ଣ୍ଣାଟକର ସେହି ନେତା ଦେଶ ଛାଡି ପଳାଉଛନ୍ତି। ତାଙ୍କର ଜଘନ୍ୟ ଅପରାଧ ବିଷୟରେ ଶୁଣିବା ହୃଦୟ ବିଦାରକ ଅଟେ। ଯାହା ଶହ ଶହ ମହିଳାଙ୍କ ଜୀବନକୁ ନଷ୍ଟ କରିଦେଇଛି। ସେ ପଚାରିଲେ, ‘ମୋଦୀ ଜୀ, ଆପଣ ତଥାପି ଚୁପ୍ ରହିବେ କି ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ କରିଛନ୍ତି ?’

Related Articles

Leave a Reply

Your email address will not be published.

Back to top button