ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର। ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ୨୦୧୧ରେ ଦାରିଦ୍ର୍ୟ ହାର  ୩୩ ଦଶମିକ ୬ ପ୍ରତିଶତ ଥିଲା। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ  ୨୦୨୩ ଜୁଲାଇ ସୁଦ୍ଧା ଦାରିଦ୍ର୍ୟ ହାର ୧୫ ଦଶମିକ ୬୮  ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ବିଆରଜିଏଫ ପରି ଅନେକ ଯୋଜନା ବନ୍ଦ କରି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ ଜାରି ରଖିରିଛନ୍ତି।  ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଅନ୍ୟାନ୍ୟ ନିଜସ୍ୱ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବାରେ ସଫଳ ହୋଇଛନ୍ତି। ମାଓବାଦୀ ଉପଦ୍ରୁତ  ଅଞ୍ଚଳରେ ମଧ୍ୟ କେନ୍ଦ୍ର ସରକାର  ବିଆରଜିଏଫ ଓ  ଅନ୍ୟ ଯୋଜନା ବନ୍ଦ କରିଦେଇଛନ୍ତି। ସେଠାରେ ରାଜ୍ୟ ସରକାର ଆଇଡିଏଫ  ପରି ନିଜସ୍ୱ ଯୋଜନା କରିଛନ୍ତି। ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button