କୋର୍ଟ ନୋଟିସ ପାଇଲେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ

ଭୁବନେଶ୍ବର: ଶେଷରେ କୋର୍ଟ ନୋଟିସ ପାଇଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ । ଫଳରେ ଆଜିଠାରୁ ଆଉ ମଞ୍ଚ ଉପରକୁ ଯିବେ ନାହିଁ ପୀୟୂଷ । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଞ୍ଚ ଚଢିବେ ନାହିଁ ପୀୟୂଷ । କୋର୍ଟରୁ ନୋଟିସ କପି ପାଇଥିବା ପୀୟୂଷ କହିଛନ୍ତି । ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ପୀୟୂଷ କହିଛନ୍ତି ଯେ ନୋଟିସ ପାଇଛି, କୋର୍ଟରେ ହାଜର ହେବି । ନ୍ୟାୟପାଳିକା ଉପରେ ଭରସା ରହିଛି । ଘଟଣା ସେତେ ବଡ ନୁହେଁ, ଯାହା ହେବ ଭଲ ହେବ । ୬ ମାସର ବ୍ୟବଧାନ ପରେ ଗତ ୬ ତାରିଖରେ ଯାତ୍ରା ସିଂହବାହିନୀ ପକ୍ଷରୁ ନାଟକ ‘ତୁ ମୋ ବଜରଙ୍ଗୀ’ରେ ମଞ୍ଚ ଚଢିଥିଲେ ପୀୟୂଷ । କିନ୍ତୁ ଏହାପରେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ କରିଥିଲେ, ପୀୟୂଷଙ୍କ ସହ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି ଥିବା ସତ୍ତ୍ୱେ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button