ଜଗା ପ୍ରଧାନଙ୍କ ଗିରଫକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଯାହା କହିଲେ ତାକୁ ନେଇ ରାଜନୀତି ହଲଚଲ

ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ବର୍ତ୍ତମାନ ଓଡିଶା ରାଜନୀତି ହଲଚଲ ହେବାରେ ଲାଗିଛି। ବିଶେଷ କରି ବିଜେପି ଶିବିରରେ ଏହାକୁ ନେଇ ଏକ ଭିନ୍ନ ପ୍ରକାରର ବାତାବରଣ ସୃଷ୍ଟି ହୋଇଛି। ଏପରି ଏକ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯାହା କହିଛନ୍ତି ତାହା ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଦେଇଛି। ଆଜି ଅପରାଜିତା କହିଛନ୍ତି ଯେ, ବିଏମସି ଅଫିସ ଭିତରେ ଯାହା ହେଲା ତାହା ଯଦି ମୋ ପୁଅ କରଥାଆନ୍ତା ତେବେ ମୁଁ ପୋଲିସକୁ ଡାକି ତାକୁ ଆରେଷ୍ଟ କର ବୋଲି କହିଥାନ୍ତି। ଫଳରେ ଜଗା ପ୍ରଧାନଙ୍କ ଗିରଫକୁ ନେଇ ଅପରାଜିତା ସନ୍ତୁଷ୍ଠ ଅଛନ୍ତି। ସେ କହିଛନ୍ତି ଯେ, ଜଗା ପ୍ରଧାନ ଆମର ସହକର୍ମୀ। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଆମ ପାଇଁ ଏହା ଯନ୍ତ୍ରଣା ଦାୟକ। ତେବେ ଏହା ମଧ୍ୟ ସେ କହିଛନ୍ତି ଯେ, ଯାହା ଭୁଲ ତାହାକୁ ଭୁଲ କହିବାର ସତସାହସ ରହିବା ଦରକାର। ଆମେ ମର୍ଯ୍ୟାଦାପୂର୍ଣ୍ଣ ଭାବେ ରହିବା, ଶାଳିନତା ରହିବା ଦରକାର। ମୁଁ ପୂର୍ବରୁ କମିଶନର ଥିଲି, ହେଲେ ଏପରି କିଏ ଦୁଃବ୍ୟବାହର କରିବା କଥା ଶୁଣି ନ ଥିଲି। ତାହା ଏକ ଦୁଃଖ ଦାୟକ ଘଟଣା। ଆମକୁ ସୁଧାରିବାକୁ ପଡିବ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button