ବିକାଶ ପଥରେ ଆଗକୁ ବଢିବା ପାଇଁ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଭାରତ ଏକ ଭଲ ସ୍ଥିତିରେ ଅଛି: ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ୨୦୨୪ ବର୍ଷ ବିଶ୍ଵ ପାଇଁ ସଂଘର୍ଷପୂର୍ଣ୍ଣ ହୋଇପାରେ, କିନ୍ତୁ ଏହି ଆହ୍ଵାନର ମୁକାବିଲା କରିବା, ବଢୁଥିବା ବିଶ୍ଵସ୍ତରୀୟ ଭୂମିକା ବଜାୟ ରଖିବା ଏବଂ ବିକାଶ ପଥରେ ଆଗକୁ ବଢିବା ପାଇଁ ଭାରତର ରାଜନୈତିକ ଏବଂ ଅର୍ଥନୈତକ ସ୍ଥିତି ଏକ ଭଲ ଅବସ୍ଥାରେ ଅଛି। କେନ୍ଦ୍ର ମନ୍ତ୍ରୀ ତାଙ୍କର ନୂତନ ପୁସ୍ତକ ‘ହ୍ଵାଵ ଭାରତ ମ୍ୟାଟର୍ସ’ ର ଉନ୍ମୋଚନ ସମାରୋହକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ସେ ସ୍ଵାଧୀନତା ପରଠାରୁ ଭୌଗଳିକ ତଥା ଭାରତର ବୈଦେଶିକ ନୀତିର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଥିଲେ। ବୁଧବାର ବିଦେଶୀ କୂଟନୀତିଜ୍ଞ, ରଣନୀତିକ ବ୍ୟାପାର ବିଶେଷଜ୍ଞ, ଶିକ୍ଷାବିତ ଏବଂ ବୁଦ୍ଧିଜୀବୀଙ୍କ ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମୁଁ ଭାବୁଛି ୨୦୨୪ ମଧ୍ୟ ସଂଘର୍ଷପୂର୍ଣ୍ଣ ରହିବ ଏବଂ ୨୦୨୩ ରେ ଅଶାନ୍ତି ସୃଷ୍ଟି କରିଥିବା କାରଣଗୁଡିକ ଚଳିତ ବର୍ଷ ମଧ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ୨୦୨୪ ରେ ଭାରତ ନିଜର ଉନ୍ନତ ସ୍ଥିତିକୁ ବଜାୟ ରଖିବାକୁ ପ୍ରସ୍ତୁତ ଅଛି। ଅବ୍ଜର୍ବର ରିସର୍ଚ୍ଚର ଫାଉଣ୍ଡେସନ୍ (ଓଆରଏଫ୍) ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ରାଜନୈତିକ କିମ୍ବା ଅର୍ଥନୈତିକ ଦୃଷ୍ଟିରୁ ଆଜି ଆମେ ଯେଉଁ ପରିସ୍ଥିତିରେ ଅଛୁ, ମୁଁ ଭାବୁଛି ଆମେ ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛୁ।

Related Articles

Leave a Reply

Your email address will not be published. Required fields are marked *

Back to top button