ପୁଲିସ୍‌ ଭ୍ୟାନ୍‌କୁ ପଛରୁ ପିଟିଲା କାର୍‌: ୩ ଆହତ

ଭୁବନେଶ୍ବର: ପିପିଲିରେ ଭୟଙ୍କର ସଡକ ଦୁର୍ଘଟଣା। ପାଟ୍ରୋଲିଂ ଭ୍ୟାନ୍‌କୁ ପଛରୁ ପିଟିଲା କାର୍‌। ଏହି ଦୁର୍ଘଟଣାରେ ୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ପୁରୀ-ଭୁବନେଶ୍ବର ସାତଶଙ୍ଖ ଫାଣ୍ଡି ବ୍ରିଜ୍ ନିକଟରେ ଏହିଦୁର୍ଘଟଣା ଘଟିଛି। ଏକ ପିସିଆର୍‌ ଭ୍ୟାନ୍ କୁ ପଛରୁ ଏକ କାର୍‌ ଧକ୍କା ଦେଇଛି। ଦୁର୍ଘଟଣାରେ ୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପିସିଆର୍‌ ଭ୍ୟାନ୍‌ରେ ୩ ଜଣ କର୍ମଚାରୀ ଥିଲେ। ଯୁବକ ଜଣକ ମଦ ପିଇ ଡ୍ରାଇଭିଂ କରୁଥିଲେ। ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି। ପିସିଆର୍ ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ପୁଲିସ୍‌ କାର୍ ଟିକୁ ଜବତ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button