ଜମି ଅଧିଗ୍ରହଣ ଯୋଗୁଁ ପୁଲିସ ଆଦିବାସୀ ମୁହାଁମୁହିଁ

ଭୁବନେଶ୍ବର: ଆଦିବାସୀ ଜମିକୁ ଜୋରଜବରଦସ୍ତ ଜବରଦଖଲ କରି ଆରମ୍ଭ କରାଯାଇଛି କମ୍ପାନୀର ରାସ୍ତା କାମ । ପୁଲିସଆଦିବାସୀ ମୁହାଁମୁହିଁ । ୧୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସ ୧୪ ଜଣଙ୍କୁ ଅଟକ ରଖିଛି । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଠାରେ ଡିସିବିଏଲର ଚୂନପଥର ଖଣି ସମ୍ପ୍ରସାରଣକୁ ନେଇ ତେଜିଥିବା ବିବାଦ ଆଜି ପୁଣି ଜୋର ଧରିଛି । ଗ୍ରାମବାସୀ ବିରୋଧ କରୁଥିବାରୁ ୧୨ରୁ ୨୪ ଜଣ ଗ୍ରାମବାସୀଙ୍କୁ ଅଟକ ରଖାଯାଇଛି । ଚୂନ ଖଣି ସମ୍ପ୍ରସାରଣ କୁ ନେଇ ଆଦିବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ପୁଲିସ ପ୍ରଶାସନ ପକ୍ଷରୁ ଆଜି ସକାଳୁ ଚାଷ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗ ବର୍ଷ ଡିସେମ୍ବର ମାସରେ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଅଧାରୁ ବନ୍ଦ ହୋଇଥିଲା । ଆଜି ସକାଳୁ ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।



