ମାଲକାନଗିରି ଜିଲ୍ଲା ଜଙ୍ଗଲରୁ ୨ ମାଓବାଦୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ଵର: ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୁଲିସକୁ ଏକ ବଡ ସଫଳତା ମିଳିଛି। ଦୁଇଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଗିରଫ ଦୁଇଜଣ ହେଉଛନ୍ତି, କେଶା କୌୱାସି ଓ ରାକେଶ ଓରଫ୍‌ ସାନୁକୁଞ୍ଜମ। କେଶାର ଘର ଛତିଶଗଡର ବସ୍ତର ଜିଲ୍ଲାରେ ହୋଇଥିବା ବେଳେ ସାନୁର ଘର ମଧ୍ୟ ସେହି ଛତିଶଗଡ଼ର ବିଜାପୁର ଅଞ୍ଚଳ ବୋଲି ଜଣାଯାଇଛି। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, ଇଲେକ୍ଟ୍ରିକ୍‌ ଡିଟୋନେଟର, କୋଡେକ୍ସ ତାର, ଗନ ପାଉଡର, ୱାକିଟକି, ବ୍ୟାଟେରୀ ଓ ମାଓ ପୁସ୍ତିକା ଜବତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button