‘ଏକ୍ସ’ ରେ ରେକର୍ଡ ସୃଷ୍ଟି କଲେ ପିଏମ ମୋଦୀ, ୧୦ କୋଟିରେ ପହଞ୍ଚିଲା ଅନୁସରଣକାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଅନ୍ୟ ଏକ ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପଞ୍ଜିକୃତ ହୋଇଛି। ରବିବାର ଦିନ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ୧୦ କୋଟିରୁ ଅଧିକ ଅନୁସରଣକାରୀ ପହଞ୍ଚିଛନ୍ତି। ଏହା ସହିତ ତାଙ୍କୁ ସର୍ବାଧିକ ଲୋକ ଅନୁସରଣ କରୁଥିବା ସର୍ବଭାରତୀୟ ନେତା ହୋଇଛନ୍ତି। ଏହା ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୩.୮୧ କୋଟି, ଦୁବାଇ ଶାସକ ଶେଖ ମହମ୍ମଦ ୧.୧୨ କୋଟି ଏବଂ ପୋପ ଫ୍ରାନ୍ସିସଙ୍କ ୧.୮୫ କୋଟି ଅନୁସରଣକାରୀ ଅଛନ୍ତି। ଏହିପରି ପିଏମ ମୋଦୀ ଅନ୍ୟ ବିଶ୍ୱ ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁସରଣକାରୀଙ୍କ ସଂଖ୍ୟା ଅନ୍ୟ ଭାରତୀୟ ରାଜନେତାଙ୍କ ତୁଳନାରେ ଅଧିକ। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ୨.୬୪ କୋଟିଅନୁସରଣକାରୀ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୨.୭୫ କୋଟି ଅନୁସରଣକାରୀ ଅଛନ୍ତି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ୧.୯୯ କୋଟି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୭୪ ଲକ୍ଷ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ଏନସିପି ମୁଖ୍ୟ ଶରଦ ପାୱାର (୨୯ ଲକ୍ଷ)ଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ବହୁ ଆଗରେ ଅଛନ୍ତି। ସେହିଭଳି ବିଶ୍ୱ ଆଥଲେଟ୍ ବିରାଟ କୋହଲିଙ୍କ ଅନୁସରଣକାରୀଙ୍କ ସଂଖ୍ୟା ୬.୪୧ କୋଟି ଥିବା ବେଳେ ବ୍ରାଜିଲର ଫୁଟବଲର୍ ନେମାର ଜୁନିୟର ୬.୩୬ କୋଟି ଏବଂ ଆମେରିକା ବାସ୍କେଟ ବଲ ଖେଳାଳି ଲେବ୍ରୋନ ଜେମ୍ସ ୫.୨୯ କୋଟି ନୁସରଣକାରୀ ଅଛନ୍ତି। କେବଳ ଏତିକି ନୁହେଁ ଟେଲର ସ୍ୱିଫ୍ଟ ୯.୫୩ କୋଟି, ଲେଡି ଗାଗା ୮.୩୧ କୋଟି ଏବଂ କିମ କାର୍ଦଶିୟନ୍ ୭.୫୨ କୋଟି ଅନୁସରଣକାରୀଙ୍କ ଅଛନ୍ତି। କୌତୁହଳର ବିଷୟ, ଗତ ତିନିବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରାୟ ୩ କୋଟି ଅନୁସରଣକାରୀ ବୃଦ୍ଧି ଦେଖିବାକୁ ମିଳିଛି। ତାଙ୍କର ପ୍ରଭାବ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ବ୍ୟାପିଛି, ଯେଉଁଠାରେ ତାଙ୍କର ପ୍ରାୟ ୨.୫ କୋଟି ସବସ୍କ୍ରାଇବର ଏବଂ ୯.୧ କୋଟିରୁ ଅଧିକ ଅନୁସରଣକାରୀ ଅଛନ୍ତି।

Related Articles

Leave a Reply

Your email address will not be published.

Back to top button