ଭୁବନେଶ୍ବରରେ ମେଗା ରୋଡ ସୋ କଲେ ପ୍ରଧାନମନ୍ତ୍ରୀ ମୋଦି, ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ମନମୋହନ ସାମଲ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ମେଗା ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ରୋଡ ସୋ କରିଛନ୍ତି। ଆଜି ନିର୍ଦ୍ଧାରିତ ସମୟରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରୋଡ ସୋରେ ସେ ଜନତା ମଇଦାନ ପର୍ଯ୍ୟନ୍ତ ଯାଇଥିଲେ। ଏହି ରୋଡ ସୋ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହୋଇଥିଲା। ପ୍ରଥମେ ସେ ବିମାନ ବନ୍ଦରରୁ ଗାଡି ଭିତରେ ବସି କାର କେଡରେ କିଛି ବାଟ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଲୋକେ ଭିଡ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୋଦି ଏକ ଖୋଲା ସୁସଜ୍ଜିତ ଗାଡିରେ ବସି ରୋଡ ସୋ କରିଥିଲେ। ଏହି ସମୟରେ ତାଙ୍କ ସହିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ। ତିନିଜଣ ଗୋଟିଏ ଗାଡିରେ ଜନତାଙ୍କ ଅଭିବାଦନ ଗ୍ରହଣ କରି ଜନତା ମଇଦାନ ପର୍ଯ୍ୟନ୍ତ ଯାଇଥିଲେ। ଆଗକୁ କୌଣସି ନିର୍ବାଚନ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ସୋ ନେଇ ବେଶ ଚର୍ଚ୍ଚା ଚାଲିଛି।

Related Articles

Leave a Reply

Your email address will not be published. Required fields are marked *

Back to top button