ଶୁଭମ୍ ଦ୍ୱିବେଦୀଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନପୁରଠାରେ ଶୁଭମ୍ ଦ୍ୱିବେଦୀଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ପହଲଗାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁଭମଙ୍କର ମୃତ୍ୟୁ ହୋଇଥିଲା। ‘ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇଁ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି’ ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପହଲଗାମର ଭୀରୁତାପୂର୍ଣ୍ଣ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁରର ସୁପୁତ୍ର ଶୁଭମ୍ ଦ୍ୱିବେଦୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଲି। ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇଁ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କ ଏହି ଭାବନା ଦେଶବାସୀଙ୍କୁ ପ୍ରେରଣା ଦେବାଭଳି”।