ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମନୋନୀତ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ଆଇନଗତ ବୃତ୍ତି ପ୍ରତି ତାଙ୍କର ଅନୁକରଣୀୟ ନିଷ୍ଠା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଅଟଳ ପ୍ରତିବଦ୍ଧତା ପାଇଁ ଶ୍ରୀ ଉଜ୍ଜ୍ୱଳ ନିକମଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ନିକମ ଜଣେ ସଫଳ ଓକିଲ। ସେ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମାମଲାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସାଧାରଣ ନାଗରିକଙ୍କ ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ଶ୍ରୀ ମୋଦୀ ରାଜ୍ୟସଭାକୁ ତାଙ୍କର ମନୋନୟନକୁ ସ୍ୱାଗତ କରିବା ସହ ତାଙ୍କର ସଂସଦୀୟ ଭୂମିକାର ସଫଳତା କାମନା କରିଛନ୍ତି। “ଆଇନ କ୍ଷେତ୍ର ଏବଂ ଆମ ସମ୍ବିଧାନ ପ୍ରତି ଉଜ୍ଜ୍ୱଳ ନିକମଙ୍କ ନିଷ୍ଠା ଅନୁକରଣୀୟ। ସେ କେବଳ ଜଣେ ସଫଳ ଓକିଲ ନୁହନ୍ତି ବରଂ ମହତ୍ୱପୂର୍ଣ୍ଣ ମାମଲାରେ ନ୍ୟାୟ ପାଇବାରେ ମଧ୍ୟ ଆଗଧାଡିରେ ରହିଆସିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ଆଇନ କ୍ୟାରିଅରରେ ସେ ସର୍ବଦା ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଏବଂ ସାଧାରଣ ନାଗରିକଙ୍କ ନିମନ୍ତେ ସମ୍ମାନ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଛନ୍ତି। ଏହା ଖୁସିର କଥା ଯେ, ଭାରତର ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ତାଙ୍କର ସଂସଦୀୟ ଇନିଂସ ପାଇଁ ମୋର ଶୁଭକାମନା।”

Related Articles

Leave a Reply

Your email address will not be published. Required fields are marked *

Back to top button