ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ସହ ବିଭିନ୍ନ ସମୟରେ ତାଙ୍କର ସାକ୍ଷାତ ଏବଂ ଆଲୋଚନାକୁ ମନେ ପକାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ମହମ୍ମଦୁ ବୁହାରୀଙ୍କ ଜ୍ଞାନ ଏବଂ ଭାରତ-ନାଇଜେରିଆ ବନ୍ଧୁତା ପ୍ରତି ଅଟଳ ପ୍ରତିବଦ୍ଧତା ଅଦ୍ଭୁଦ ଥିଲା। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତର ୧୪୦ କୋଟି ଲୋକଙ୍କ ସହ ତାଙ୍କ ପରିବାର, ନାଇଜେରିଆର ଜନତା ଏବଂ ସରକାରଙ୍କ ପ୍ରତି ସମବେଦନା ଜଣାଉଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ। ବିଭିନ୍ନ ସମୟରେ ଆମର ସାକ୍ଷାତ ଏବଂ ଆଲୋଚନାକୁ ମୁଁ ସ୍ନେହରେ ମନେ ପକାଉଛି। ତାଙ୍କର ଜ୍ଞାନ ଏବଂ ଭାରତ-ନାଇଜେରିଆ ବନ୍ଧୁତା ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତା ଅଦ୍ଭୁତ ଥିଲା। ମୁଁ ଭାରତର ୧୪୦ କୋଟି ଲୋକଙ୍କ ସହ ତାଙ୍କ ପରିବାର, ଜନତା ଏବଂ ନାଇଜେରିଆ ସରକାରଙ୍କ ପ୍ରତି ଆମର ସମବେଦନା ଜଣାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button