କାନାଡାରେ ବିମାନ-ଅଗ୍ନିଶମ ଗାଡ଼ି ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ଲଗାର୍ଡିଆ ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଟ୍ୟାକ୍ସିୱେ ଦେଇ ଯାଉଥିବା ଏୟାର କାନାଡା CRJ-900 ବିମାନ ସହ ଏକ ଅଗ୍ନିଶମ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ରନୱେ-୪ ନିକଟରେ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ପକ୍ଷରୁ ଉଭୟ ବିମାନ ଓ ଅଗ୍ନିଶମ ଗାଡ଼ିକୁ ଅଟକିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଧକ୍କାକୁ ଏଡ଼ାଯାଇ ପାରିନଥିଲା। ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଯାତ୍ରୀମାନଙ୍କୁ ବିମାନରୁ ବାହାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣାରେ ବିମାନଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ଫେଡେରାଲ୍ ଏଭିଏସନ୍ ପ୍ରଶାସନ ପକ୍ଷରୁ ଲଗାର୍ଡିଆ ବିମାନବନ୍ଦରରେ ସମସ୍ତ ଉଡ଼ାଣ ବାତିଲ କରାଯିବା ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପାଇଁ ଏହି ବିମାନବନ୍ଦରକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିବା ବେଳେ ସମସ୍ତ ବିମାନକୁ JFK ଓ ଅନ୍ୟାନ୍ୟ ନିକଟସ୍ଥ ବିମାନବନ୍ଦରକୁ ଆବର୍ତ୍ତନ (Divert) କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button