ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ବର: ୨୭ ବର୍ଷ ବୟସରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ପୌରାଞ୍ଚଳରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ଏହି ଅବସରରେ ଗଣଦୌଡ଼, ସଭା, ରକ୍ତଦାନ ଓ ବୃକ୍ଷରୋପଣ ପ୍ରଭୃତି କାର୍ୟ୍ୟକ୍ରମ କରାଯାଉଛି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ନିଜର ପ୍ରତିଷ୍ଠା ଦିବସକୁ ଏକ ପ୍ରଭାବୀ ଢଙ୍ଗରେ ପାଳନ କରିବା ଲାଗି ଉଦ୍ୟମ କରିଛି । ପ୍ରତିଷ୍ଠା ଦିବସ ଅବସରରେ ସକାଳ ୭ଟାରେ ପତାକା ଉତ୍ତୋଳନ କରାଯାଇଛି । କଟକ ଆନନ୍ଦ ଭବନରୁ ଏକ ବିଶାଳ ସାଇକେଲ ଶୋଭଯାତ୍ରା ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଶୋଭାଯାତ୍ରା ପହଞ୍ଚିଛି ।
ସେହିପରି ଶଙ୍ଖ ଭବନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହାପରେ ଫରେଷ୍ଟ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହାସହ ବିଜେଡି କର୍ମୀମାନେ ଶପଥ ପାଠରେ ସାମିଲ ହୋଇଛନ୍ତି । ପ୍ରତିଷ୍ଠା ଦିବସ ଉପଲକ୍ଷେ କର୍ମୀମାନେ ନେବାକୁ ଥିବା ଶପଥ ପାଠ ପାଇଁ ଦଳ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶକୁ ଉଚ୍ଚତର ସୋପାନକୁ ନେବା ପାଇଁ ଜଣେ ସୈନିକ ଭାବେ ଯୋଗ ଦେବା ସହିତ ରାଜ୍ୟର ନ୍ୟାର୍ୟ୍ୟ ଦାବି ହାସଲ ପାଇଁ ନିର୍ଭୀକତାର ସହ ସଂଗ୍ରହ କରିବା କଥା କୁହାଯାଇଛି । ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀମାନେ ଶପଥ ନେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button