ବ୍ରିଜ୍‌ରେ ପିଟିହେଲା ତୀର୍ଥଯାତ୍ରୀ ବସ୍‌; ଡ୍ରାଇଭର ମୃତ, ୧୪ ଗୁରତର

ଭୁବନେଶ୍ବର: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ବ୍ରିଜ ଉପରକୁ ଚଢିଗଲା ତୀର୍ଥଯାତ୍ରୀ ବସ୍‌ । ବସ୍‌ରେ 50 ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ହିଁ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି ।ପ୍ରାରମ୍ଭିକ ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶ ଯାଉଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍‌ଟି ବାଲେଶ୍ୱର ବାହାନଗା ବଜାର ନିକଟରେ ଥିବା ବ୍ରିଜ ଉପରକୁ ଚଢିଯାଇଥିଲା । ଦୁର୍ଘଟଣାରେ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ବସରେ 50 ଜଣ ଯାତ୍ରୀ ଥିବା ବେଳେ ପାଖାପାଖି 14ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡ୍ରାଇଭରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button