ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ

ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରେ ଆସନ ବାଣ୍ଟିବାରେ ଅସନ୍ତୁଷ୍ଟ ହୋଇ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସଭାପତି ପଶୁପତି ପରାସ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ଇସ୍ତଫା ଘୋଷଣା କରିଛନ୍ତି। ପାରସ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ମୋ ପ୍ରତି ଅନ୍ୟାୟ କରାଯାଇଛି। ଗତକାଲି ବିହାରର ଏନଡିଏ ମେଣ୍ଟର ସିଟ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିଲା। ଏଲଜେପିର ଚିରାଗ ପାଶ୍ୱାନଙ୍କ ଗୋଷ୍ଠୀକୁ ଅଂଶୀଦାର ଭାବେ ଗ୍ରହଣ କରି ୫ଟି ସିଟ୍ ଦିଆଯାଇଛି। କିନ୍ତୁ ପାରଶଙ୍କ ଗୋଷ୍ଠୀକୁ ଗୋଟିଏ ବି ସିଟ୍ ଦିଆଯାଇନଥିଲା, ଯଦିଓ ତାଙ୍କ ଗୋଷ୍ଠୀରେ ୫ ଜଣ ସାଂସଦ ଅଛନ୍ତି। ତେଣୁ ଏହାକୁ ନେଇ ପାରସ ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଇଛନ୍ତି। ସେ ଆରଜେଡି-କଂଗ୍ରେସ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published.

Back to top button