ପିୟୁସିସି ନଥିଲେ ପେଟ୍ରୋଲ ମିଳିବ : ହାଇକୋର୍ଟ

ଭୁବନେଶ୍ୱର: ପିୟୁସିସି ନଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର । ପେଟ୍ରୋଲ ପମ୍ପଗୁଡିକ କେବଳ ପିୟୁସିସି ପାଇଁ କହିପାରିବେ । ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେ ନାହିଁ ସରକାର । ଏଥିସହିତ ବାହାନ ପୋର୍ଟାଲରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲ ସଂଶୋଧନ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ସୂଚନାଥାଉକି, ପୂର୍ବରୁ ପରିବହନ ବିଭାଗ ମନ୍ତ୍ରୀ ବିଭୂତୀ ଭୂଷଣ ଜେନା କହିଥିଲେ ଯେ ପିୟୁସିସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପଗୁଡିକରେ ପେଟ୍ରୋଲ, ଡିଜେଲ ମିଳିବ ନାହିଁ । ପିୟୁସିସି ସାର୍ଟିଫିକେଟ ଯାଞ୍ଚ କରି ଚାଲାଣ ମଧ୍ୟ କଟୁଥିଲା । ଏଣୁ ଲୋକମାନେ ସରକରାଙ୍କ ନିୟମ ମାନି ଘଣ୍ଟା ଘଣ୍ଟା ଧରି ଲାଇନରେ ପିୟୁସିସି ସାର୍ଟିଫିକେଟ କରୁଥିଲେ । ହେଲେ ଆଜିଠୁ ଆଉ ଲୋକମାନଙ୍କୁ ହଇରାଣ ହେବାକୁ ପଡିବ ନାହିଁ । ପିୟୁସିସି ନଥିଲେ ପେଟ୍ରୋଲ ମିଳିବ କହିଛନ୍ତି ହାଇକୋର୍ଟ ।

Related Articles

Leave a Reply

Your email address will not be published. Required fields are marked *

Back to top button