ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ବର ବିକାଶ ନିହାତି ଆବଶ୍ୟକ:ପାଣ୍ଡିଆନ

 ଭୁବନେଶ୍ବର :ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ସେମାନଙ୍କ ଲାଗି ଏଇ ୫ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ। ପିଲାଙ୍କ ଲାଗି ଏହା ଗୋଲଡେନ ପିରିୟଡ । ୫ ବର୍ଷରେ ଯାହା କରିବେ ଉଜ୍ଜଳ ଭବିଷ୍ୟତ ଲାଗି କାମ ଦେବ। ସେଥିଲାଗି ଛାତ୍ରଛାତ୍ରୀ ପାଠ ପଢିବା ନିହାତି ଦରକାର । ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ବର ବିକାଶ କରିବାକୁ ପଡିବ। ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ଆପଣମାନଙ୍କ ମଧ୍ୟରେ ଯାହାବି ପ୍ରତିଭା ଅଛି ତାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ। ଜୀବନରେ ବହୁତ ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ବର ବିକାଶ ନିହାତି ଆବଶ୍ୟକ । ସମ୍ବଲପୁରରେ ନୂଆ–ଓ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଏଭଳି କହିବା ସହ  ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ମଣ୍ଡଳିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସଫଳତା ହାସଲର ସୂତ୍ର ଦେଖାଇଛନ୍ତି।

ଏହାଛଡ଼ା ସେ କହିଛନ୍ତି ଯେ କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ। ବିଜୟ ଖୁସି ଦେବ ହେଲେ ଅଂଶଗ୍ରହଣ ଆପଣଙ୍କୁ ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ। ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସଫଳତା ପାଇବାକୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ସେ କହିଛନ୍ତି। କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କରିଛନ୍ତି। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ଦେଇଛନ୍ତି ପରାମର୍ଶ। ଏହାସହ ବାପା, ମା ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ କହିଛନ୍ତି। ପ୍ରତିଛାତ୍ର ଏହି ସମସ୍ତ କଥାକୁ ନେଇ ଆତ୍ମସମୀକ୍ଷା କରିବାର ଅଛି ।  ୫ ବର୍ଷ ଖଟିଲେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ।

Related Articles

Leave a Reply

Your email address will not be published.

Back to top button