ପ୍ରତାପ ଜେନାଙ୍କୁ ଆଶ୍ବସ୍ତି

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ସହମତିରେ ଶୁଣାଣି ଘୁଞ୍ଚିଛି । ଫେବୃଆରୀ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି । ତେବେ ଆସନ୍ତା ଫେବ୍ରୁଆରୀ ୧ ତାରିଖ ପର୍ୟ୍ୟନ୍ତ ପ୍ରତାପ ଜେନାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜଣାପଡ଼ିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ମାମଲା ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ।  ତେବେ ମାହଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବରୁ କୋର୍ଟରେ ହାଜର ହୋଇନାହାନ୍ତି ବିଧାୟକ ପ୍ରତାପ ଜେନା । ସ୍ବାସ୍ଥ୍ୟଗତ କାରଣରୁ କୋର୍ଟଙ୍କୁ ୩ ସପ୍ତାହ ସମୟ ମାଗିଥିଲେ ପ୍ରତାପ । ସେହିପରି ସିଆର୍‌ପିସି ଧାରା ୨୦୫ରେ ଏକ ପିଟିସନ ମଧ୍ୟ ଦାଖଲ କରିଛନ୍ତି ପ୍ରତାପ । ଏହି ଧାରା ଅନୁଯାୟୀ ବ୍ୟକ୍ତିଗତ ହଜେରାରୁ ବିରତ ଦେବାକୁ ସେ କୋର୍ଟରେ ପ୍ରାର୍ଥନା କରିଛନ୍ତି । ତେବେ ପ୍ରତିପକ୍ଷ ଏହାକୁ ଅବଜେକ୍ସନ ମଧ୍ୟ କରିଛନ୍ତି । ସେହିପରି ସିଆର୍‌ପିସି ଧାରା ୨୧୦ରେ ପ୍ରତିପକ୍ଷ ଆଉ ଗୋଟିଏ ପିଟିସନ ଦାୟର କରିଛନ୍ତି । ମୂଳ ମାମଲାରେ ପ୍ରତାପଙ୍କୁ ସାମିଲ କରିବାକୁ କୋର୍ଟରେ ଆବେଦନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button