ପିସିସି ରାଜନୈତିକ ବ୍ୟାପାର କମିଟି ଗଠିତ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଗଠିତ ହୋଇଛି । ଏଆଇସିସି ପକ୍ଷରୁ ଏହି କମିଟିକୁ ଅନୁମୋଦନ କରାଯାଇଛି । ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁ ଗୋପାଳ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି । ଏହି କମିଟିରେ ଏ. ଚେଲ୍ଲା କୁମାର, ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତଚରଣ ଦାସ, ଡ. ଆର.ସି ଖୁଣ୍ଟିଆ, ତାରାପ୍ରସାଦ ବାହିନୀପତି, ବିଜୟ ପଟ୍ଟନାୟକ, ସୁଶିଲା ତିରିଆ, କିଶୋର ଚନ୍ଦ୍ର ପଟେଲ, ସପ୍ତଗିରି ଉଲାକା, ଜଗନ୍ନାଥ ପଟ୍ଟନାୟକ, ଶରତ କୁମାର ରାଉତ, ଯଜ୍ଞେଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଞ୍ଚାନନ କାନୁନଗୋ, ସନ୍ତୋଷ ସିଂ ସାଲୁଜା, ସସ୍ମିତା ବେହେରା, ଜିଆଉଲ ହକ୍ୱେ, ଶରତ ପ୍ରଧାନ, ଅମୀୟ ପଟ୍ଟନାୟକ ଓ ବିସ୍ମୟ ମହାପାତ୍ର ରହିଛନ୍ତି । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଓଡିଶା ଦାୟିତ୍ୱରେ ଥିବା ଏଆଇସିସିର ସମସ୍ତ ସଂପାଦକ, ପ୍ରଦେଶ ମହିଳା କଂଗ୍ରେସ ସଭାପତି, ରାଜ୍ୟ ସେବାଦଳ ମୁଖ୍ୟ, ଯୁବକଂଗ୍ରେସ ସଭାପତି ଓ ଛାତ୍ର କଂଗ୍ରେସ ସଭାପତିଙ୍କୁ ରଖାଯାଇଛି ।