ଯାତ୍ରୀବାହୀ ବସ୍‌ ଓଲଟି ୧୫ ଆହତ, ୭ ଗୁରୁତର

ଭୁବନେଶ୍ବର: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଁଳାଯୋଡ଼ି ଜିଆଲଦା ଗାଁରେ ଭାରସାମ୍ୟ ହରାଇ ଶନିବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳେରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ବସ୍‌ଟି ଅଁଲାଯୋଡ଼ିରୁ କରଞ୍ଜିଆ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button