ଯାତ୍ରୀ ବିଶ୍ରାମାଗାର କୁ ଧକ୍କା ଦେଲା ଯାତ୍ରୀବାହି ବସ୍, ଡ଼୍ରାଇଭର ମୃତ

ଭୁବନେଶ୍ବର: ଦିଗପହଣ୍ଡି ଥାନା ଅର୍ନ୍ତଗତ ଲକ୍ଷ୍ମୀ ନାରାୟଣ ପୁର ଛକରେ ବୀଣାପାଣି ନାମକ ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉକ୍ତ ବସ ଟି ଏକ ଯାତ୍ରୀ ବିଶ୍ରାମାଗାରକୁ ଧକ୍କା ଦେଇଛି, ଯାହା ଫଳରେ ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଛି। ଦୁର୍ଘଟଣା ଏତେ ଭୟଙ୍କର ଯେ ଯାତ୍ରୀ ବିଶ୍ରାମାଗାର ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି। ଚାପି ହୋଇ ରହିଥିବା ଡ୍ରାଇଭରକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଦିଗପହଣ୍ଡି ଡାକ୍ତରଖାନାର ଡାକ୍ତର ଡ୍ରାଇଭରକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଦିଗପହଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାରେ ଡ୍ରାଇଭରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛି ଏବଂ ଦୁର୍ଘଟଣାଗସ୍ତ ବସ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button