ଆତଙ୍କବାଦୀ ଆକ୍ରମଣକୁ ମାନିଲା ପାକିସ୍ତାନ !

ନୂଆଦିଲ୍ଲୀ: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ଚାଞ୍ଚଲ୍ୟକର ସ୍ବୀକାରୋକ୍ତିରେ ୨୦୧୯ ମସିହା ଫେବୃଆରୀରେ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକା ଥିବା ମାନିଛନ୍ତି। ଏହି ଆକ୍ରମଣରେ ୪୦ ଜଣ ଭାରତୀୟ ସିଆରପିଏଫ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ବାୟୁସେନାର ଡିରେକ୍ଟର ଜେନେରାଲ ପବ୍ଲିକ ରିଲେସନ୍ସ ଏୟାର ଭାଇସ ମାର୍ଶାଲ ଔରଙ୍ଗଜେବ ଅହମ୍ମଦ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆକ୍ରମଣକୁ “କୌଶଳଗତ ଚତୁରତା” (ଟାକ୍ଟିକାଲ ବ୍ରିଲିଆନ୍ସ) ବୋଲି ଅଭିହିତ କରିଛନ୍ତି।  ଔରଙ୍ଗଜେବ କହିଛନ୍ତି, “ପାକିସ୍ତାନର ଭୂମି, ଆକାଶ କିମ୍ବା ଜଳସୀମା ଉପରେ ଯଦି କୌଣସି ବିପଦ ଆସେ, ତାହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ। ଆମେ ପୁଲୱାମାରେ ଆମର କୌଶଳଗତ ଚତୁରତା ଦେଖାଇଥିଲୁ, ଏବଂ ଏବେ ଆମେ ଆମର ଅପରେଶନାଲ ପ୍ରଗତି ଓ ରଣନୀତିକ ଦକ୍ଷତା ପ୍ରମାଣ କରିଛୁ।” ଏହି ବୟାନ ପାକିସ୍ତାନରେ ଚହଳ ପକାଇଛି। କାରଣ ପୁଲୱାମା ଆକ୍ରମଣରେ ପାକ୍‌ ନିଜର ସମ୍ପୃକ୍ତିକୁ ବାରମ୍ବାର ଅସ୍ବୀକାର କରିଆସୁଥିଲା। ୨୦୧୯ ମସିହା ଫେବୃଆରୀ ୧୪ରେ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ)ର ଜଣେ ଆତ୍ମଘାତୀ ବୋମାବାଜ ଆଦିଲ ଅହମ୍ମଦ ଡାର ପୁଲୱାମାରେ ସିଆରପିଏଫ ଯବାନଙ୍କ ଏକ କନଭୟ ଉପରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ମାଡ଼ି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଭାରତ ଏହାର ପ୍ରତିଶୋଧ ନେଇ ଫେବୃଆରୀ ୨୬, ୨୦୧୯ରେ ପାକିସ୍ତାନର ବାଲାକୋଟରେ ଜେଇଏମର ଏକ ଆତଙ୍କବାଦୀ ତାଲିମ ଶିବିର ଉପରେ ବାୟୁସେନା ମାଧ୍ୟମରେ ଆକ୍ରମଣ କରିଥିଲା। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାପରେ ଭାରତ ପାକ୍‌ରେ ଏୟାରଷ୍ଟ୍ରାଇକ୍‌ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button