ସଭାପତିଙ୍କ ହତାଦର, ବିସ୍ଥାପିତ ୫୦୦ ରୁ ଉର୍ଦ୍ଧ ବ୍ୟବସାୟୀ

ଖୋର୍ଦ୍ଧା-ଜଟଣୀ: ବ୍ୟବସାୟୀ ମହାସଂଘ କାହା ସ୍ୱାର୍ଥରେ ? ସୂଚନା ମୁତାବକ ଆଜକୁ ୨୦୧୩ ମସିହାରୁ ଗଠିତ “ବ୍ୟବସାୟୀ ମହାସଂଘ ” ପଞ୍ଜିକୃତ ନ ହେବାର କାରଣ ଏହା ସାଧାରଣରେ ପ୍ରଶ୍ନ ବାଚୀ ? ଏହି ସଂଘ ଦୀର୍ଘ ବର୍ଷ ହେବ ଗଠିତ l ଓଭର ବ୍ରିଜ ନିର୍ମାଣ ସମୟରେ ବିସ୍ଥାପିତ ୫୦୦ ରୁ ଉର୍ଦ୍ଧ ଦୋକାନୀଙ୍କ ଥଇଥାନ କଥା ଚିନ୍ତା ନ କରି ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଆସିଲେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ମଟନ, ଭାତରେ ମାତୁଛନ୍ତି l ଓଭର ବ୍ରିଜ ନିର୍ମାଣ ସମୟରେ କାମ ନିମ୍ନମାନର ଦର୍ଶାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିର୍ମାଣ କାମକୁ ଅଧାରୁ ବନ୍ଦ କଲେ l ଯେଉଁ ବ୍ରିଜର ନିର୍ମାଣ କାମ ୨ ବର୍ଷ ମଧ୍ୟରେ ଶେଷ ହେବା କଥା କିନ୍ତୁ ସମାପ୍ତ ହେବାକୁ ଦୀର୍ଘ ୮ବର୍ଷ ଲାଗିଗଲା l ଏହି ୮ବର୍ଷ ଭିତରେ ବିସ୍ଥାପିତ ଗରିବ ଦୋକାନୀ କଥା ସଭାପତି ସମ୍ପୂର୍ଣ ଭୁଲିଗଲେ l ପୂର୍ବପୁରୁଷ ଅମଳରୁ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ଭାଇମାନେ ଉଠାଦୋକାନୀ ଭାବେ ବ୍ୟବସାୟ କଲେ l ଆଜି ପର୍ଯ୍ୟନ୍ତ ସେମାନଙ୍କ ଥଇଥାନ କଥା ମହାସଂଘ ମାଧ୍ୟମରେ ବିଚାରକୁ ନିଆ ଗଲା ନାହିଁ କି ଆଖି ଦୃଶିଆ ବଡ଼ ଆନ୍ଦୋଳନ ଦେଖିବାକୁ ମିଳିଲା ନାହିଁ l ଯେଉଁ ବ୍ୟବସାୟୀ ଭାଇମାନେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ ସେମାନେ କିପରି ଅଛନ୍ତି ତାଙ୍କ ଦୁଃଖ କଥା ଜାଣିବାପାଇଁ ସଭାପତି ସେମାନଙ୍କ ପାଖରେ କେବେ ଛିଡା ହେବାର ନଜିର ମଧ୍ୟ ନାହିଁ l ବର୍ତ୍ତମାନ ପୌରପରିଷଦ ଦ୍ୱାରା ଆଲର୍ଟ ଭେଣ୍ଡିଙ୍ଗ ଜୋନ ପ୍ରକୃତ ବିସ୍ଥାପିତ ହୋଇଥିବା ହାତ ଗଣତି ଦୋକାନୀଙ୍କୁ ଛାଡି ତାରି ଭିତରେ ରାଜନୀତି କରଣ କରି କିଛି ରାଜନୈତିକ କୁଜି ନେତା, ଯାହାର ସ୍ଥାୟୀ ଦୋକାନ ଘର ଅଛି ସେହିମାନଙ୍କ ଠାରୁ ହଜାର ହଜାର ଟଙ୍କା ନେଇ ବିସ୍ଥାପିତ ତାଲିକାରେ ସାମିଲ କରିବା ସାଧାରଣରେ ଆଲୋଚନା ହେଉଛି l ଏହି ଅନ୍ୟାୟ ବିରୋଧରେ ବ୍ୟବସାୟୀ ମହାସଙ୍ଘ କେବେ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବିସ୍ଥାପିତ ବ୍ୟବସାୟୀ ଭାଇଙ୍କ ଥଇଥାନ ବିଷୟରେ କିମ୍ବା ପରିବାର ପତିପୋଷଣ ବାବଦକୁ ଅଭିଯୋଗ ପତ୍ର ଦେଇଛନ୍ତି କି ? ଆଜି ଅନୁଷ୍ଠିତ ହୋଇଥିବା ବ୍ୟବସାୟୀ ମହାସଂଘ ଦ୍ୱାରା ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ଏକ ବିଚିତ୍ର କଥା ଆଲୋଚନା ଚର୍ଚ୍ଚାର ବିଷୟ ପାଲଟିଛି l ଜଟଣୀ ଗଣେଶ ପୂଜା ଏକ ଭାଇଚାରାର ପ୍ରତୀକ ଥିବା ବେଳେ ଭଷାଣି ଉତ୍ସବରେ କେବଳ ବଜାର କମିଟିର ମେଢ଼ ସାମିଲ ହେବ କିନ୍ତୁ ସହରର ଅନ୍ୟ ମେଢ଼ ସାମିଲ ନ ହେବା କଥାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି l ସଭାପତି ମହାଶୟ ବର୍ଷ ବର୍ଷର ବ୍ୟବସାୟୀ ଭାଇମାନଙ୍କ ଦୁଃଖ ସୁଖରେ ଭାଗିଦାର ନ ହୋଇ ନିଜ ସ୍ୱାର୍ଥ ପାଇଁ ଦଳବଦଳ ନୀତି ଆପଣାଇବା କଥାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l

Related Articles

Leave a Reply

Your email address will not be published.

Back to top button