ଜଳିଗଲା ଆମ ବସ୍

ଭୁବନେଶ୍ୱର: ପ୍ରତିଦିନ ଆମ ବସକୁ ନେଇ କିଛିନାକିଛି ଅଘଟଣ ଘଟୁଛି । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ନିଆଁ ଲାଗି ଜଳିଯାଇଛି ଆମ ବସ । ଆଜି ଭୋରରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତ ଜଣାପଡିଛି। ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।



