ଜମ୍ମୁକାଶ୍ମୀର ପୁଞ୍ଚରେ ଓଡ଼ିଆ ଯବାନ ସହିଦ

ନୂଆଦିଲ୍ଲୀ:  ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ରହିଛନ୍ତି । ସହିଦ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ ଓ ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର । ଦେବାଶିଷ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଥିଲେ । ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେବା ଖବର ଅଞ୍ଚଳବାସୀଙ୍କୁ ଶୋକାକୂଳ କରିପକାଇଛି । ପ୍ରାୟ ଏକ ବର୍ଷ ତଳେ ଦେବାଶିଷ ବିବାହ କରିଥିଲେ । ସହିଦ ଯବାନଙ୍କ ଏକ ୪ ମାସର ଶିଶୁ ଓ ସ୍ତ୍ରୀ ଅଛନ୍ତି । ଆତଙ୍କବାଦୀ ଆକ୍ରମଣ ପାଇଁ ପି.ଏ.ଏଫ୍.ଏଫ୍ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିଛି । ପାକିସ୍ତାନରେ ଜୈଶ-ଇ-ମହମ୍ମଦ ଦ୍ୱାରା ଏହି ଆତଙ୍କୀ ସଙ୍ଗଠନ ପରିଚାଳିତ ହୁଏ । ଏହି ଆକ୍ରମଣରେ ୫ଜଣ ଯବାନ ସହିଦ ହୋଇଛନ୍ତି । ଆଉ କିଛି ଯବାନ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି । ଆତଙ୍କବାଦୀମାନେ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ଆକ୍ରମଣ କରିଥିଲେ । ସମ୍ଭବତଃ ଗ୍ରେନେଡ ମଧ୍ୟ ଆକ୍ରମଣରେ ବ୍ୟବହାର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Related Articles

Leave a Reply

Your email address will not be published.

Back to top button