ଛତ୍ରପୁର ନିକଟସ୍ଥ ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ୬ ଉଦ୍ଧାର

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପୋଡମପେଟା ସମୁଦ୍ରରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ନିଖୋଜ ହୋଇଥିବା ବେଳେ ଆଉ ୬ ଜଣ ପହଁରି ପହଁରି କୂଳକୁ ଆସିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଏ କାଲିଆ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ୭ ଜଣ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗାରେ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ବେଳେ କୌଣସି କାରଣରୁ ଡଙ୍ଗା ଓଲଟି ପଡିଥିଲା। ଖବର ପାଇ ଗାଁ ଲୋକେ ଆସି ନିଖୋଜ ମତ୍ସ୍ୟଜୀବୀ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button