୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ : ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ସମସ୍ତ ରାଶିର ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ହେବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏପ୍ରିଲ୍ ୨୦ ହେଉଛି ବୈଶାଖ ମାସ କୃଷ୍ଣ ପକ୍ଷର ଅମାବାସ୍ୟା । ଏହି ଦିନ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବ। ଏହି ପରାଗର ପ୍ରଭାବ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଘାତକ ହେବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ।ମେ

ମେଷ : ଏହି ରାଶିର ଲୋକଙ୍କ ପାଇଁ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅନେକ ଅସୁବିଧା ଆଣିବ । କୋର୍ଟ ସମ୍ବନ୍ଧୀୟ ମାମଲାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ବିନିଯୋଗ ବୁଡ଼ି ଯାଇପାରେ। ପିଲାମାନଙ୍କ ଶିକ୍ଷା ପକ୍ଷରୁ ଚିନ୍ତା ବୃଦ୍ଧି ପାଇବ। ରୋଗର ସମ୍ମୁଖୀନ ହେବାକୁ ପଡିପାରେ।

କନ୍ୟା : ଏହି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ପରାଗ ଅଶୁଭ ପ୍ରମାଣିତ ହେବାକୁ ଯାଉଛି। ଏହି ସମୟରେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବ ଏବଂ ଘରେ ମାନସିକ ଚାପ ବଢିବ। ଚାକିରି-ବ୍ୟବସାୟରେ ଆପଣ ବିଫଳ ହେବେ। ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ଏଥିରେ ସଫଳ ହେବ ନାହିଁ।

ସିଂହ : ଏହି ରାଶିର ଲୋକଙ୍କୁ ସୂର୍ଯ୍ୟ ପରାଗ ହେତୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ କାର୍ଯ୍ୟ ଅଟକି ରହିପାରେ। ପରିବାରରେ ମତଭେଦ ହୋଇପାରେ। ବ୍ୟବସାୟରେ ଏକ ବଡ କ୍ଷତିର ସମ୍ଭାବନା ରହିଛି । ଦୁର୍ଘଟଣାର ଭୟ ରହିଛି।

Related Articles

Leave a Reply

Your email address will not be published.

Back to top button