ଶପଥ ନେଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଓମାର ଅବଦୁଲ୍ଲାଙ୍କ ସମେତ ପାଞ୍ଚ ଜଣ ବିଧାୟକ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାଧୀନ ବିଧାୟକ ସତୀଶ ଶର୍ମା ଏବଂ ଅନ୍ୟ ଚାରି ଜଣ ନ୍ୟାସନାଲ କନଫରେନ୍ସର ସାକିନୋ ଇତୋ, ଜାଭିଦ ଦାର୍,  ସୁରିନ୍ଦର ସିଂହ ଚୌଧୁରୀ ଏବଂ ଜାଭିଦ ରାଣା ଶପଥ ନେଇଛନ୍ତି। କିନ୍ତୁ କଂଗ୍ରେସ ଏନସି ସହ ମେଣ୍ଟ ଭାବେ ସରକାର ଗଠନ କରିଥିଲେ ମଧ୍ୟ ଦଳର କୌଣସି ବିଧାୟକ ଶପଥ ନେଇନାହାନ୍ତି। ଶପଥ ଗ୍ରହଣ କରିବା ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓମାରଙ୍କ ସହ ନେସନାଲ କନ୍‌ଫରେନ୍ସ ନେତା ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଛନ୍ତି। ଏହା ବ୍ୟତୀତ ସତୀଶ ଶର୍ମା, ସକୀନା ଇଟୁ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଦଳ ସରକାରରେ ସାମିଲ ହୋଇନାହିଁ। ବାହାରୁ ଓମାର ସରକାରଙ୍କୁ ସମର୍ଥନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ପ୍ରକାଶ ଥାଉକି, ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ପ୍ରଥମ କରି ବିଧାନସଭା ଅନୁଷ୍ଠିତ ହୋଇଛି। ସେପ୍ଟେମ୍ବରରେ ତିନୋଟି ପର୍ୟ୍ୟାୟରେ ନିର୍ବାଚନ ପରେ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ନ୍ୟାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମିଳିତ ଭାବେ ୪୯ଟି ଆସନରେ ବିଜୟୀ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button