ଗହିରମଥାରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ

ନୂଆଦିଲ୍ଲୀ: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ବିରଳ ଅଲିଭି ରିଡେଲ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା । ଏକ ସପ୍ତାହ ଧରି ଅଲିଭି ରିଡେଲ କଇଁଛ ମାନେ ଗହିରମଥାର ବାବୁବାଲି ଓ ନାଶି – ୨ରେ ସମୂହ ଅଣ୍ଡାଦାନ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୧ ହଜାର ଅଧିକ କଇଁଛ ଅଣ୍ଡାଦାନ କରିଥିବା ଜଣାପଡ଼ିଛି । ଯାହା ପ୍ରକୃତି ଓ ପରିବେଶ ପାଇଁ ବେଶ ଶୁଭଙ୍କର ଅଟେ । ଓଡି଼ଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା ଅଲିଭ ରିଡେଲ କଇଁଛଙ୍କ ଏନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ । ତେବେ ଗହିରମଥା ସମୁଦ୍ର ଉପକୂଳର ପରିବେଶ ବେଶ ଅନୁକୂଳ ହୋଇଥିବାରୁ କଇଁଛମାନଙ୍କର ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ୫ ଲକ୍ଷ ୧୨ ହଜାର ବିରଳ ଅଲିଭି ରିଡେଲ କଇଁଛ ସମୂହ ଅଣ୍ଡାଦାନ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୧ ହଜାର ଅଧିକ ଅଟେ । ତେବେ ଏନେଇ ପରିବେଶବିତ୍ ଓ ପ୍ରାଣୀ ବିଜ୍ଞାନୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି ବିରଳ କଇଁଛ ମାନଙ୍କ ଆଗମନକୁ ନଜରରେ ରଖି ୧୯୯୭ ମସିହାରେ କେନ୍ଦ୍ର ସରକାର ଗହିରମଥାକୁ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରିଥିଲେ । ପ୍ରତିବର୍ଷ ନଭେମ୍ବର ୧ରୁ ଆରମ୍ଭ କରି ପ୍ରାୟ ୭ ମାସ ପର୍ଯ୍ୟନ୍ତ ଗହିରମଥାରେ ମାଛ ମାରିବା ଓ ଯନ୍ତ୍ର ଚାଳିତ ଡଙ୍ଗା ଉପରେ କଟକଣା ଜାରି କରାଯାଏ । ଏହି ସମୟରେ ବଂଶ ବିସ୍ଥାର କରିବା ଲାଗି ହଜାର ହଜାର ସଂଖ୍ୟାରେ ଅଲିଭି ରିଡେଲ କଇଁଛ ମାନେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ପ୍ରଶାନ୍ତ ମହାସାଗରରୁ ସାମୁଦ୍ରିକ ନଟିକାଲ ମାଇଲି ପଥ ଅତିକ୍ରମ କରି ଗହିରମଥା ଉପକୂଳକୁ ଆସିଥାଆନ୍ତି ।

Related Articles

Leave a Reply

Your email address will not be published.

Back to top button