କାଲି ଓଡିଶା ବନ୍ଦ; ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ୨୮ ଜାନୁଆରୀରେ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି l ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କୃଷକ ମାନଙ୍କ ସମର୍ଥନ ସାଉଁଟିବାକୁ ଅଣ୍ଟା ଭିଡ଼ିଲା ନବ ନିର୍ମାଣ କୃଷକ ସଙ୍ଗଠନ । ଓଡ଼ିଶାରେ ଚାଷୀ ଅବହେଳିତ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଏଭଳି ଅଭିଯୋଗ ଆଣି ରାଜ୍ୟରେ ଚାଷୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ଏହି ବନ୍ଦରେ ଜରୁରୀ ସେବା ଗୁଡ଼ିକ ଖୋଲା ରହିବ କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ଏପଟେ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ସବୁଠୁ ବଡ଼ କଥା ହେଉଛି ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ । ଏହା ସହ ଏହି ବନ୍ଦ ଡାକରାକୁ ସିପିଆଇ ପକ୍ଷରୁ ମଧ୍ୟ୍ୟ ସମର୍ଥନ କରାଯାଇଛି। ବିଭିନ୍ନ ଅବ୍ୟବସ୍ଥା ତଥା ଦାବିକୁ ନେଇ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଚାଷୀଙ୍କ ଧାନ ଏମ୍ଏସ୍ପି ଏବଂ ଇନ୍ପୁଟ ସବ୍ସିଡ଼ି ମିଶାଇ କ୍ଵିଣ୍ଟାଲ ପ୍ରତି ୩୧୦୦/ଟଙ୍କାରେ କିଣାଯାଉ, ଧାନ କ୍ରୟ ପରେ ସଠିକ୍ ସମୟ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇ, ଟୋକେନ୍ ଓ ମଣ୍ଡି ବ୍ୟବସ୍ଥାର ସମସ୍ତ ବେନିୟମ ଓ ଦୁର୍ନୀତି ଦୂର କରାଯାଉ । ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦାବି କାରି ଓଡିଶା ବନ୍ଦ ଡାକରା ଦିଆଯାଇଛି l



