ପ୍ରବଳ ଶୀତରେ ଥରୁଛି ଓଡ଼ିଶା: ଆହୁରି ୪ ଦିନ ରହିବ ଘନ କୁହୁଡି

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଭୟଙ୍କର ଜାଡ଼ରେ ଥରୁଛନ୍ତି ରାଜ୍ୟବାସୀ। ସକାଳ ହେବା ମାତ୍ରେ କୁହୁଡି ଚାଦରରେ ଢାଙ୍କି ହେଉଛି ପରିବେଶ । ଫଳରେ ସକାଳ ୯ଟା ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍‌ ରହୁଥିବାରୁ ଯାତାୟତରେ ବାଧା ଉପୁଯୁଛି । ଆଜି ଶୀତ ସାମାନ୍ୟ କମ ରହିଥିବା ବେଳେ ଆଉ ୨ ଦିନ ପରେ ପୁଣି ବଢିବ । ପ୍ରବଳ ଜାଡରେ ସାରା ଓଡି଼ଶା ଥରିବ ବୋଲି କହିଛି ପାଣିପାଗ ବିଭାଗ।

Related Articles

Leave a Reply

Your email address will not be published. Required fields are marked *

Back to top button