ଛତିଶଗଡ଼ ମାଓ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ

ଭୁବନେଶ୍ବର: ରାଜ୍ୟର ଛାତି ଥରାଇଦେଇଛି ଛତିଶଗଡ଼ରେ ମାଓ ହମଲା। ଏହାପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ହାଇ ଆର୍ଲଟ ଜାରି କରାଯାଇଛି । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ସୂଚନା ଅନୁସାରେ, ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି। ଏହି ଘଟଣା ପରେ ଏଡ଼ିଜେ ଅମିତାଭ ଠାକୁରଙ୍କ କହିବା ଅନୁଯାୟୀ, ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନ ଆସିବେ ସେ ନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି। ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ଭିଡିଓ କନ୍‌ଫେରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି। ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି। ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି। ତେଣୁ ସମସ୍ତ ମାଓବାଦୀଙ୍କୁ ଅପିଲ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ।

Related Articles

Leave a Reply

Your email address will not be published.

Back to top button