ଓଡିଶାରେ ଡାକ୍ତର ଅଭାବ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଓଡିଶାରେ ଡାକ୍ତର ମରୁଡି ଦେଖାଦେଇଛି । ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ରହିଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡିଛି ୯୫୦୩ ଡାକ୍ତର ପଦବୀ । କାର୍ଯ୍ୟରତ ଅଛନ୍ତି ୬୧୭୧ ଡାକ୍ତ. ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତ କରାଯାଇଛି । ସ୍ଥାୟୀ ନିଯୁକ୍ତି ୫୦୦୩ ଡାକ୍ତର, ୫୨୪୮ ପଦବୀ ପୂରଣ ପାଇଁ ଓପିଏସସିକୁ ଚିଠି ଦିଆଯାଇଛି । ଆଜି ବିଧାନସଭା ଶୀତ କାଳୀନ ଅଧିବେଶନର ଦଶମ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ଗୃହରେ ରଖିଛନ୍ତି।



