ଓଡ଼ିଶା ବନ୍ଦ ଡାକରା ସୁପର ଫ୍ଲପ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର: ବିଭିନ୍ନ ଦାବି ନେଇ 8 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା ନବନିର୍ମାଣ କୃଷକ ସଂଗଠନ । ସାରା ରାଜ୍ୟରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । କେଉଁଠି ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଆଉ କେଉଁଠି ବନ୍ଦ ପ୍ରଭାବ ପ୍ରଭାବଶୂନ୍ୟ ଥିଲା । ତେବେ ଏହି ଆନ୍ଦୋଳନକୁ ସୁପର ଫ୍ଲପ୍‌ କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଆନ୍ଦୋଳନରେ କୃଷକ ସାମିଲ ହୋଇନଥିବା କହି କଲେ କଟାକ୍ଷ । ଏଥିସହ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ । ଖାଦ୍ୟ ଓ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ଆଜି ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । କିନ୍ତୁ କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରିଲେ ନାହିଁ । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । ରାଜରାସ୍ତାକୁ ବାହାରି ନାହାନ୍ତି ଚାଷୀ । ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ ହେଲା । ପ୍ରମାଣ ହେଲା ଯେ ଚାଷୀ ମାନେ ସରକାରଙ୍କ ସହ ଅଛନ୍ତି । ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେଥିରୁ କ୍ଷ୍ୟାନ୍ତ ରୁହନ୍ତୁ । ଯିଏ ଆନ୍ଦୋଳନ କଲେ ବି ମନା ନାହିଁ । କିନ୍ତୁ ସେମାନେ ସଫଳ ହେବେ ନାହିଁ ।’

Related Articles

Leave a Reply

Your email address will not be published. Required fields are marked *

Back to top button